ନିର୍ଯାତନା ବିରୋଧରେ ସ୍ଵର ଉଠାଇଲେ ଐଶ୍ଵର୍ଯ୍ୟା, କହିଲେ-ଚୁପ୍‌ ରୁହ ନାହିଁ…

Published By : Prameya-News7 Bureau | November 27, 2024 IST

ମୁମ୍ଵାଇ ୨୭।୧୧; ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଛନ୍ତି ଐଶ୍ୱର୍ଯ୍ୟା। ଏହି ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଅଭିଷେକ ବଚ୍ଚନଙ୍କ ସହ ମତଭେଦ ଥିବା ଖବର ମଧ୍ୟରେ ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଭାଇରାଲ ଭିଡିଓରେ ଐଶ୍ଵର୍ଯ୍ୟା ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଏହି କ୍ଲିପ୍‌ରେ ଅଭିନେତ୍ରୀ ରାସ୍ତାରେ ହେଉଥିବା ସମସ୍ୟାକୁ ଏଡ଼ାଇବା ପରିବର୍ତ୍ତେ ଏହାର ସମ୍ମୁଖୀନ ହେବାକୁ କହୁଛନ୍ତି। 

ଏନେଇ ଐଶ୍ୱର୍ଯ୍ୟା କହିଛନ୍ତି, “ରାସ୍ତାରେ ହେଉଥିବା ଉତ୍ପୀଡନ। ଆପଣ ଏହାକୁ କିପରି ମୁକାବିଲା କରିବେ? ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ସିଧା ଆଖିରେ ଆଖି ମିଶେଇ ଦେଖ। ଏହି ସମୟରେ ନିଜ ମୁଣ୍ଡକୁ ଟେକି ରଖ। ଏହା ହେଉଛି ନାରୀବାଦ। ନିଜକୁ କୁହ ମୋ ଶରୀର ଉପରେ ମୋର ଅଧିକାର ଅଛି। ନିଜ ମୂଲ୍ୟବୋଧ ସହ ବୁଝାମଣା କର ନାହିଁ।”ନିଜକୁ ସନ୍ଦେହ କର ନାହିଁ। ନିଜ ପାଇଁ ଠିଆ ହୁଅ। ରାସ୍ତାରେ ହେଉଥିବା ନିର୍ଯାତନା ଏବଂ ଥଟ୍ଟାତାମସା ପାଇଁ କେବେବି ଆପଣ ଦୋଷୀ ନୁହେଁ।” ଏହା ବ୍ୟତୀତ ଭିଡିଓ ସେୟାର କରିବାବେଳେ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଏଡାଇବା ପାଇଁ ଏହି ଆନ୍ତର୍ଜାତୀୟ ଦିବସରେ ରାସ୍ତାରେ ନିର୍ଯାତନା ବିରୋଧରେ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ।” ହ୍ୟାସଟ୍ୟାଗ ସହିତ ଲେଖିଛନ୍ତି, ‘ଆସନ୍ତୁ ସମସ୍ତେ ଏକାଠି ଆଗକୁ ବଢିବା’।

ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଅଭିଷେକ  ଅଲଗା ହେବାର ଖବର ଚର୍ଚ୍ଚାରେ ରହିଛି। ଅଭିଷେକ ୨୦୦୭ ମସିହାରେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ଅଛି, ଯାହାର ନାଁ ଆରାଧ୍ୟା। ଏହାରି ଭିତରେ ସମସ୍ତ ଗୁଜବକୁ ଅମିତାଭ ବଚ୍ଚନଙ୍କ ଏକ ବ୍ଲଗ୍ ମାଧ୍ୟମରେ କହିଛନ୍ତି ଯେ ବିନା ଯାଞ୍ଚରେ କଳ୍ପନା ତ ଜଳ୍ପନାରେ ହିଁ ରହିବ। ବର୍ତ୍ତମାନ ଏହି ଯୋଡିଙ୍କ ପ୍ରତ୍ୟେକ ଅପ୍‌ଡେଟ୍ ପାଇବା ପାଇଁ ସେମାନଙ୍କ ପ୍ରଶଂସକମାନେ ଚାହିଁ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.